ଓଡିଆ ଭାଷା ଏବଂ ସାହିତ୍ୟ ବିଭାଗ

ବିଭାଗ ବିଷୟରେ:

ଓଡି଼ଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀ ଆଧୀନରେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଓଡି଼ଆ ଭାଷା ସହିତ ସାହିତ୍ୟର ସ୍ୱତନ୍ତ୍ର ଅଧ୍ୟୟନକୁ ଗୁରୁତ୍ୱ ପ୍ରଦାନ କରେ । ଭାଷା ଓ ସାହିତ୍ୟର ବିଭିନ୍ନ ବିଭାଗରେ ବିଶେଷ ଦକ୍ଷତା ସମ୍ପନ୍ନ ପ୍ରଫେସରଙ୍କ ଅଧ୍ୟାପନା ସହ ବିଷୟ ଭିତ୍ତିକ ସ୍ୱତନ୍ତ୍ର ଶିକ୍ଷାଦାନ ସୁବ୍ୟବସ୍ଥିତ । ସାପ୍ତାହିକ ‘ଅନ୍ଵେଷା’ କାର୍ଯ୍ୟକ୍ରମ ଏହାର ଫଳଶ୍ରୁତି । ପ୍ରାଚୀନରୁ ଉତ୍ତର ଆଧୁନିକ କାଳ ପର୍ଯ୍ୟନ୍ତ ଭାଷା ଓ ସାହିତ୍ୟର ପର୍ଯ୍ୟାୟ କ୍ରମିକ ଗୁଣାତ୍ମକ ଅଧ୍ୟୟନ ଏବଂ ଗବେଷଣା ଦିଗରେ ପ୍ରୋତ୍ସାହନ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧିରେ ବିଶେଷ ସହାୟକ । ବିଷୟ ଭିତ୍ତିକ ଅଧ୍ୟୟନ ବ୍ୟତୀତ ଛାତ୍ରଛାତ୍ରୀଙ୍କ କଳା-କଳ୍ପନା ଓ ସର୍ଜନଶୀଳ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ସାପ୍ତାହିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଅନ୍ୟତମ ଆକର୍ଷଣ । ନିୟମିତ ଭାଷା-ସାହିତ୍ୟକୁ ରୁଚିଶୀଳ ଜୀବନ ଜୀଇଁବାର ଆଧେୟ ଭାବରେ ଉପଯୋଗୀ କରାଇବାରେ ଶିକ୍ଷକ ଓ ଶିକ୍ଷାର୍ଥୀ ପ୍ରତିଶ୍ରୁତିବଦ୍ଧ । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ଭିତରେ ସତ୍ୟବାଦୀ ବନବିଦ୍ୟାଳୟର ଆଦର୍ଶ ସ୍ୱରୂପ ଅନ୍ତରଙ୍ଗ ଭାବ-ବିନିମୟ ଆମ ଭୂମି, ଭାଷା ଓ ଅସ୍ମିତାର ଯଥାର୍ଥ ପରିଚାୟକ ଏବଂ ବିଭାଗର ଆଦର୍ଶ ।

Faculty

Staff Name

Staff designation

Staff Name

Staff designation

Staff Name

Staff designation

Staff Name

Staff designation

Staff Name

Staff designation

Staff Name

Staff designation

Staff Name

Staff designation

Staff Name

Staff designation

Staff Name

Staff designation

ବିଭାଗ ଇଭେଣ୍ଟଗୁଡିକ