ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିଲା । ଓଡିଆ ଭାଷା ଦେଶର ଅନ୍ୟତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିବା ସମ୍ମାନ ଓ ଗୌରବର ବିଷୟ । ସାହିତ୍ୟ ଅନେକ ସୁନାମାଧନ୍ୟ ଲେଖକ ଓ କବିଙ୍କ କୃତୀରେ ସମୃଦ୍ଧ ହୋଇଛି । ଓଡିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଚ୍ଚତର ଶିକ୍ଷା ଓ ଗବେଷଣା ନିମନ୍ତେ ଉଦ୍ଦିଷ୍ଟ ଏକ ବିଶ୍ବବିଦ୍ୟାଳୟ ରାଜ୍ୟରେ ପ୍ରତିଷ୍ଠା ହେବା ଅତ୍ୟନ୍ତ ପ୍ରାସଂଗିକ । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ଫଳରେ ଦୀର୍ଘ ଦିନର ଆଶା ଓ ଆକାଂକ୍ଷା ପୂରଣ ହୋଇପଡ଼ିଛି । ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପୂରଣ ପାଇଁ ସତ୍ୟବାଦୀ ଉପଯୁକ୍ତ ପରିବେଶ ପ୍ରଦାନ କରିବା ସହିତ ଛାତ୍ର-ଛାତ୍ରୀ, ଗବେଷକ, ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସେମାନଙ୍କର ନିଷ୍ଠା ଓ ଆଗ୍ରହ ଦ୍ଵରା ଓଡ଼ିଆ ଭାଷା ଓ ସାହିତ୍ୟକୁ ଅଧିକ ଗୌରବାନ୍ଵିତ କରିବାରେ ସହାୟକ ହେବ ।
ପ୍ରାରମ୍ଭିକ ବର୍ଷରେ ଥିବା ଏହି ବିଶ୍ବବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଉତ୍କୃଷ୍ଟ କେନ୍ଦ୍ର ଭାବେ ପରିଗଣିତ ହେବ । ବିଶ୍ବବିଦ୍ୟାଳୟର ୱେବସାଇଟ୍ ସମସ୍ତଙ୍କୁ ବିଶ୍ବବିଦ୍ୟାଳୟ ସମ୍ବନ୍ଧୀୟ ସଠିକ୍ ତଥ୍ୟ ପ୍ରଦାନରେ ଯଥେଷ୍ଟ ସାହାଯ୍ୟ କରିବ ବୋଲି ମୋର ଆଶା ।
ମୁଁ ଓଡ଼ିଆ ବିଶ୍ବବିଦ୍ୟାଳୟର ସର୍ବ ସଫଳତା କାମନା କରୁଛି ।